ଗୋଟିଏ ମାସର ଦରମା ସହ MPLADS ଫଣ୍ଡରୁ ୧ କୋଟି ଟଙ୍କା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କୋରୋନା ପାଇଁ ସମସ୍ତେ ସହାୟତା ହାତ ବଢ଼ାଇଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସେ ଗୋଟିଏ ମାସର ଦରମା ଦାନ କରିବା ସହ ନିଜର MPLADS ଫଣ୍ଡରୁ “ପିଏମ୍ କେଆର୍ସ ଫଣ୍ଡ”କୁ ୧ କୋଟି ଟଙ୍କାର ସହାୟତା କରିଥିବା ନେଇ ନିଜ ଟ୍ୱିଟରରେ ସେୟାର କରିଛନ୍ତି ।