କଟକ ଏସ୍‌ସିବି ମେଡିକାଲ କଲେଜରେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ୱଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।


ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏଥିପାଇଁ ସମସ୍ତଙ୍କୁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

dharmendra-pradhan-donate-plasma

ଏହି ଅବସରରେ ସେ କହିଛନ୍ତି ଓଡିଶାକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ଲାଜମା ଦାନ କରିବା ପାଇଁ ମନରେ ଇଚ୍ଛା ଥିଲା । ଆଜି ଏହି ଆଶା ପୂରଣ ହୋଇଛି । ମୁଁ ଦେଇଥିବା ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ, ଏହା ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ ବୋଲି ସେ କହିଛନ୍ତି ।