କେ.ପି. ଧଳସାମନ୍ତଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି: ଧର୍ମେନ୍ଦ୍ର ପ୍ରଧାନ

ଲେଫ୍ଟନାଂଟ ଜେନେରାଲ କେ.ପି. ଧାଳସାମନ୍ତଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ସାମାଜିକ ଗଣମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଜଣେ ନିଡର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଶ୍ରୀ ସାମନ୍ତ ମିଲିଟାଣୀ ଜେନେରାଲସଙ୍କ ମଧ୍ୟରୁ ଅନ୍ୟତମ । ମିଲିଟାରୀ ଅରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।