ପାଟକୁରାରେ ବିଜୟଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

୭ଟି ପଞ୍ଚାୟତର ୨୦ଟି ସ୍ଥାନରେ କଲେ ପଥପ୍ରାନ୍ତ ସଭା ଓ ରୋଡ ଶୋ’

ପାଟକୁରା  : ପାଟକୁରା ବିଧାନସଭା ଭୋଟ ଲାଗି ଆଉ ମାତ୍ର ପାଞ୍ଚ ଦିନ ବାକି ଅଛି କେଉଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା ଚାଲିଥିବାବେଲେ ଆଜି ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦ରୁ ଉର୍ଦ୍ଧ ସ୍ଥାନରେ ରୋଡ ଶୋ ଓ ପଥପ୍ରାନ୍ତ ସଭା କରି ପ୍ରଚାର କରିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ ।

ଆଜି ନରେନ୍ଦ୍ରପୁରରୁ ନଡ଼ିଆବରେଇ ରୋଡ ସୋ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେବଳ ନଡିଆବରାଇ ନୁହେଁ ଗରଦପୁର ବ୍ଲକର ମଧୁ, ବଡ଼ବେତ୍ରା, ଭଗବାନପୁର, ସାନଓଢ଼ଙ୍ଗା, ତିକନପୁରରେ ଆଦି ୨୦ରୁ ଉର୍ଦ୍ଧ ସ୍ଥାନରେ ରୋଡ୍‌ ଶୋ’  ଓ ପ୍ରଥପ୍ରାନ୍ତ ସଭା କରି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ ଶୋ’ଓ ସଭାରେ ସାଙ୍ଗରେ ଥିଲେ ପ୍ରାର୍ଥୀ ବିଜୟ ମହାପାତ୍ର । ମଝିରେ ମଝିରେ କରୁଥିଲେ ପଥପ୍ରାନ୍ତ ସଭା । ୭ଟି ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି।  ବଦଳୁଥିବା ପରିସ୍ଥିତିରେ ଏଥର ବିଜୟ ମହାପାତ୍ରଙ୍କ ବିଜୟ ସୁନିଶ୍ଚିତ ବୋଲି କହିଥିଲେ ଧର୍ମେନ୍ଦ୍ର। ଏହା ସହ ବିଜୟ ମହାପାତ୍ର ନିର୍ବାଚିତ ହେଲେ ପାଟକୁରା ଅଞ୍ଚଳ ଅଧିକ ବିକଶିତ ହେବ ବୋଲି ଧର୍ମେନ୍ଦ୍ର ଭୋଟରଙ୍କୁ କହିଛନ୍ତି।