ବାଲଟ ଗଣତି, ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର ଆଗୁଆ

ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଛି। ତେବେ ଗତ ଲୋକସଭା ନିର୍ବାଚନରେ ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଛି। ବାଲାଟ ପେପର ଗଣତିରେ ଧର୍ମେନ୍ଦ୍ର ଆଗୁଆ ଅଛନ୍ତି।

ସେହିପରି ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ଲୋକ ସଭାରେ ରାଜ୍ୟରେ ବିଜେପି ୪ ଏବଂ ବିଜେଡି ୪ ଆସନରେ ଆଗୁଆ ଚାଲିଛନ୍ତି।