ଗଣେଶ ପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ଭୁବନେଶ୍ୱର:ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ। ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର । ଓଡିଶା ସମେତ ସାରା ଦେଶର ପ୍ରତି ଗଳିରେ ଶୋଭାପାଉଛି ଗଣେଶଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି। ତା’ସାଙ୍ଗକୁ ଆଖି ଝଲସା ତୋରଣ ଓ ରଙ୍ଗୀନ ସାଜସଜ୍ଜା ସମସଙ୍କୁ ମନମୁଗ୍ଧ କରିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଗଣେଶ ପୂଜା ଧୂମଧାମରେ ପାଳନ କରାଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ସକାଳୁ ନିତ୍ୟକର୍ମ ସାରି ଗଣେଶଙ୍କୁ ପୂଜା କରିବା ପାଇଁ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟିଛନ୍ତି।      

ସମଗ୍ର ବିଶ୍ୱରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବାବେଳେ ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇରହିଛି । ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି । ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହି ଦିନ ପିଲାଙ୍କୁ ଖଡି ଧରି ଅକ୍ଷର ଶିଖା ଆରମ୍ଭ କରାଯାଏ। 

ଗଣେଶ ପୂଜା ଉପଲକ୍ଷେ ଦେଶବାଶୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।   ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।   ସେ ଟ୍ୱିଟ କରି କହିଛନ୍ତି ଏହି ଦିବସର ଅଭିନନ୍ଦନ ା ଭଗବାନ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ଓ ସଫଳତା ଭରି ଦିଅନ୍ତୁ ।