ଡା. ବି.ଆର ଆମ୍ବେଦକରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତର ସମ୍ବିଧାନ ନିର୍ମାତା, ସମାଜସେବୀ ତଶ ଭାରତରତ୍ନ ଡା. ବି.ଆର ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଶ୍ରୀ ପ୍ରଧାନ ବାବାସାହେବ ବି.ଆର ଆମ୍ବେଦକରଙ୍କୁ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏନେଇ ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି । ବାବାସାହେବ ଡା. ବି.ଆର ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କଲି ବୋଲି ସେ ଟ୍ୱିଟ କରିଛନ୍ତି ।