ଓଡ଼ିଆ ଲୋକଙ୍କର ରହିବା, ଖାଇବା ଓ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱାରୋପ: ଧର୍ମେନ୍ଦ୍ର ପ୍ରଧାନ

ଲକ୍ ଡାଉନ୍ ପାଇଁ ଅଟକିଥିବା ଓଡ଼ିଆଙ୍କ ଯତ୍ନ ନେବାକୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଲକ୍ ଡାଉନ୍ କାରଣରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଓଡ଼ିଆ ଲୋକମାନେ ଅଟକି ରହିଥିବାବେଳେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଜୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଓଡ଼ିଆ ଲୋକଙ୍କା ରହିବା, ଖାଇବା ଓ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଉପଯୁକ୍‌ି ଯତ୍ନ ନେବାର ପ୍ରତିଶ୍ରୁତି ଦେଇଥିବା ସେ ଟ୍ୱିଟ ଯୋଗେ ଜଣାଇଛନ୍ତି ।

ଏହାସହ ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଓଡ଼ିଶାର ଭାଇ ଭଉଣୀ ଏବଂ ଗୁରୁଜନମାନେ ଯେଉଁଠାରେ ବି ଅଛନ୍ତି ସେହିଠାରେ ରହିବାକୁ ମୋର ଅନୁରୋଧ । ସମ୍ପୃକ୍ତ ରାଜ୍ୟର ସରକାର ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ଆମେ ଆପଣଙ୍କୁ ସହଯୋଗ କରିବାକୁ ସବୁପ୍ରକାର ଉଦ୍ୟମ କରୁଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣ ସମସ୍ତଙ୍କୁ ଭଲରେ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ।