କାଠମାଣ୍ଡୁରେ ସଡ଼କ ଦୁର୍ଘଟଣା ଘଟଣା: ସାହାଯ୍ୟ ପାଇଁ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶଭ୍ରମଣ୍ୟମ ଜୟଶଙ୍କରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଏହି ବସ ଦୁର୍ଘଟଣାରେ ଓଡିଶାର ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଯାତ୍ରୀ ଥିବାବେଳେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତିତ ଅନ୍ୟ କେତେକ ଯାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେଠାକାର ଡାକ୍ତରଖାନାରେ
ସେମାନଙ୍କ ଚିକିତ୍ସା ଚାଲିଛି ।

ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଲୋଡି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ କରିଛନ୍ତି । ଖୋର୍ଦ୍ଧା ଓ ପୁରୀ ଅଂଚଳରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ଥିବା ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।