ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଗୁରୁତ୍ୱାରୋପ: ଧର୍ମେନ୍ଦ୍ର ପ୍ରଧାନ

ସାଉଦି ଉର୍ଜା ମନ୍ତ୍ରୀ ଓ ଆରାମକୋ ସଭାପତିଙ୍କ ସହ ଭିସି ଯୋଗେ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା ସିଇଓ ଅମିନ୍ ନାଜିରଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଅବସରରେ ବିଶ୍ୱ ତୈଳ ବଜାରର ବିକାଶ ଏବଂ ସାଉଦିଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନ ମାନଙ୍କରେ ଦେଶର ଘରୋଇ ଆବଶ୍ୟକତା ଅନୁଯାୟୀ ଏଲପିଜି ଯୋଗାଣ କରାଯିବ ବୋଲି ସାଉଦିର ଉର୍ଜାମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଜଣାଇଛନ୍ତି ।