ଓଡ଼ିଶାର ପ୍ରତିଭାକୁ ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ
ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ସମ୍ମାନଜନକ ପଦ୍ମ ସମ୍ମାନ ମଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେଇ ଓଡ଼ିଶାର ପ୍ରତିଭାକୁ ସମ୍ମାନ ଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସମ୍ମାନଜନକ “ପଦ୍ମଶ୍ରୀ ଓ ପଦ୍ମଭୂଷଣ” ପୁରସ୍କାର ପାଇର୍ ମନୋନୀତ ହୋଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି ତଥା ଓଡ଼ିଶାର ୧୦ଜଣଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରି ଓଡ଼ିଆଙ୍କ ପ୍ରତିଭାକୁ ସ୍ୱୀକୃତି ଦେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ପୁରସ୍କାର ପାଇଁ ମନେନୀତ କରି ଓଡ଼ିଆଙ୍କ ପ୍ରତିଭାକୁ ସ୍ୱୀକୃତି ଦେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ଭାବେ ମୁଁ ବର୍ଗିତ । ସାଧନା ମାଧ୍ୟମରେ ନିଜର ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରିଥିବା ଏହି ବିିଶିଷ୍ଟ ବ୍ୟକ୍ତିମାନେ ପ୍ରେରଣାର ଉଦାହରଣ ସୃଷ୍ଟି କରିପାରିଛନ୍ତି । ନୂଆ ଭାରତର ନୂଆ ପରମ୍ପରା ସହ ଏହି ପଦ୍ମ ପୁରସ୍କାର ତୃଣମୂଳ ସ୍ତରରେ ସାମାଜିକ ପ୍ରତିଭାଙ୍କୁ ସମ୍ମାନ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଶ୍ରୀ ପ୍ରଧାନ ସ୍ୱର୍ଗତ ଶ୍ରୀ ଅରୁଣ ଜେଟଲୀ, ଶ୍ରୀମତି ସୁଷମା ସ୍ୱରାଜ ଏବଂ ଜର୍ଜ ଫର୍ଣ୍ଣାଡିସଙ୍କ ଭଳି ନିଷ୍ଠାବାନ ଜନନେତାଙ୍କୁ ମରଣୋତର ଭାବେ ପଦ୍ମବିଭୂଷଣ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ମାନନୀୟ ରାଷ୍ଟ୍ରଭତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଲ୍ଲେଖନୀୟ ଯେ, ସାହିତ୍ୟ, ଶିକ୍ଷା, କୃଷି, କଳା ଓ ସମାଜସେବା କ୍ଷେତ୍ରରେ “ପଦ୍ମଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ଓଡ଼ିଶାର ମନୋନୀତ ହୋିଥିବା ମନୋଜ ଦାସ, ଦମୟନ୍ତୀ ବିଶ୍ରା, ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ସ୍ୱର୍ଗତ ମନମୋହନ ମହାପାତ୍ର, ବିଣାପାଣୀ ମହାନ୍ତି, ରାଧାମୋହନ ଏବଂ ସାବରମତୀ, ବଟକୃଷ୍ଣ ସାହୁ, ଦିଗମ୍ବର ବେହେରା, ଡା.ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ ।