କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଗତପୁରଠାରେ ସ୍ୱାଗତ

ଜଗତପୁର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଲେପୁର, ମାହାଙ୍ଗା ଗସ୍ତରେ ଆସିଛନ୍ତି । ଜଗତପୁରଠାରେ ସାଲେପୁର ବିଜେପି ନେତା ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ କରିଥିଲେ । ସେଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ସାଲେପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ମମତା ରାଉତ କେନ୍ଦ୍ରମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟାଳୟରେ କିଛି ସମୟ ରହି ସେଠାରୁ ମାହାଙ୍ଗା ଅଭିମୁଖେ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।