ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ ବହୁତ ବଡ ବ୍ୟକ୍ତିତ୍ୱ ଏବଂ ସେ ତାଙ୍କର ଜଣେ ଭଲ ସାଙ୍ଗ, ଦାର୍ଶନିକ ଓ ଅଭିଭାବକ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିଥିଲେ ଓ ସେ ସତ ପାଇଁ ଆନ୍ଦୋଳନ କରୁଥିଲେ । ଶ୍ରୀ ଜେଟଲୀ ଜୟପ୍ରକାଶ ନାରାୟଣ ଆନ୍ଦୋଳନର ବଡ ତାରକା ଥିଲେ । ଆଇସିୟୁରେ ଭର୍ତି ହେବା ପୂର୍ବରୁ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଥିଲେ । ତେବେ ଜଣେ ଅଭିଭାବକ, ମୂଳ ବିଚାରକ ଓ ପରିବାରର ସଦସ୍ୟ ଭାବରେ ତାଙ୍କୁ ଆମେ ହରେଇଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଥିବା କହିବା ସହ ଆଜିର ଦୁଃଖଦ ଘଡିରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତିା