ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟ୍ରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ...

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟ୍ରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ଗୋଏଲ ମୋଦି ସରକାରଙ୍କର ଓଡିଶା ପାଇଁ ରେଳ ବଜେଟରେ ବଡ ବ୍ୟୟବରାଦର ଧାରାକୁ ଆଗେଇ ନେଇଛନ୍ତି ଓ ଏହା ଭାରତକୁ ଆଗେଇ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ବଜେଟରେ ରେଳ ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଓଭର ବ୍ରିଜ୍ ଏବଂ ରେଳପଥ ଅତିକ୍ରମ କରିବା ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ କରିବାର ଆର୍ଥିକ ବ୍ୟବସ୍ଥା ଚଳିତ ବଜେଟରେ କରାଯାଇଛି । ବିଶେଷ କରି ସେ ଅନୁରୋଧ କରିଥିବା ରାଜ୍ ଆଠଗଡ–କାଇପଦର ରୋଡ ଏବଂ ତାଲଚେର-ଅନୁଗୁଳ କର୍ଡ ଲାଇନ୍ ପାଇଁ ସର୍ଭେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନର ପ୍ରକଳ୍ପ ଯଥା ଅନୁଗୁଳ–ସୁକିନ୍ଦା ରୋଡ୍, ହରିଦାସପୁର- ପାରାଦ୍ୱୀପ, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ମାଲକାନଗିରି, ନୂଆପଡାଗୁଣୁପୁର ଏବଂ ସମ୍ବଲପୁର-ଟିଟଲାଗଡ ରେଳ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣର ବ୍ୟୟବରାଦ ଚଳିତ ରେଳ ବଜେଟରେ କରାଯାଇଛି ବୋଲି ସେ କହିଛନ୍ତି ।

Spread the love
Categories
ଓଡିଶା

RELATED BY

  • ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

    ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି...
  • ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

    ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ଭବନେଶ୍ୱରରେ ଜାତୀୟ...
  • ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

    ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ...
  • ୨୦୧୯-୨୦ ଖରିଫ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକେନ ବ୍ୟବସ୍ଥା

    ଭୁବନେଶ୍ୱର: ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୁର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସଏମଏସ୍ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତା ପ୍ରେରଣ କରାଯାଉଛି । ଅଗ୍ରୀମ ଟୋକେନର ତାଲିକା...