ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ ମୁଁ ମର୍ମାହତ । ଓଡିଶାର ଚ୍ଚଳଚିତ୍ର ଜଗତକୁ ଅପୂରଣୀୟ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି ।