ଓଡିଶା ସରକାରଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ଫୋନିର ସଠିକ ମୁକାବିଲା ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରି ପୁଣି ଭିନ୍ନ ଇସାରା ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିଥିଲେ , ଯାହାଫଳରେ ବାତ୍ୟା ବିପନ୍ନଙ୍କ ପାଖକୁ ଶୀଘ୍ର ସରକାରୀ ସହାୟତା ପହଂଚି ପାରିଥିଲା । ଏକିଜିଟ୍ ପୋଲ ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରଶଂସା ବିଜେପି-ବିଜେଡି ମଧ୍ୟରେ ବଢୁଥିବା ନିକଟତା ଆଡକୁ ଇସାରା କରୁଛି ।ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ବାତ୍ୟା ସୁପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ ।  ବାତ୍ୟା ସହାୟତାରେ କେନ୍ଦ୍ରର ଭୂମିକାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ବି ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟ ସରକାରଙ୍କ ଅନୁରୋଧ ପରେ ରାଜ୍ୟକୁ କିରୋସିନ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଇଥିଲା କେନ୍ଦ୍ର ।