ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଧାରଣା ଦେଲେ ସାମ୍ବାଦିକା

କଟକ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ଅଭିଯୋଗ କରିଥିବା ମହିଳା ସସ୍ମିତା ଆଚାର୍ଯ୍ୟ ପୁରୀଘାଟ ଥାନା ସମ୍ମୁଖରେ ଦେଲେ ଧାରଣା ।ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ...

କଟକ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ଅଭିଯୋଗ କରିଥିବା ମହିଳା ସସ୍ମିତା ଆଚାର୍ଯ୍ୟ ପୁରୀଘାଟ ଥାନା ସମ୍ମୁଖରେ ଦେଲେ ଧାରଣା ।ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରତିବାଦରେ ଧାରଣା ଦେଇଛନ୍ତି ଅଭିଯୋଗକାରିଣୀ । ଏହି ଘଟଣା ନେଇ ନେଇ ସେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।ହେଲେ ଏତଲାକୁ ମାସେ ବିତିଥିବା ବେଳେ ପୋଲିସ  ଠିକ୍‌ ଭାବେ ତଦନ୍ତ କରୁନଥିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ ।ତେବେ ଥାନା ଅଧିକାରୀ ଙ୍କ ସମେତ ଜୋନ ଏସିପି ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ସେ ଧାରଣରୁ ଉଠିଥିଲେ ।

ସୂଚନାଯୋଗ୍ୟ, ଅନୁଭବଙ୍କ ଭାଇ ଅନୁପ୍ରାସ କମେଣ୍ଟ ମାରୁଥିବା ଅଭିଯୋଗ ନେଇ ସସ୍ମିତା ଆଚାର୍ଯ୍ୟ ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇଥିଲେ। ଏତିକି ବେଳେ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସସ୍ମିତା ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ ମଧ୍ୟ ବସିଥିଲେ। ତେବେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

Spread the love
Categories
କ୍ରାଇମ

RELATED BY