କାଲିଠୁ ଶ୍ରୀ ମନ୍ଦିରରେ ଧାଡିରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ : ଏଣିକି ଶ୍ରୀ ମନ୍ଦିରରେ ଧାଡିରେ ଯାଇ ଶ୍ରୀ ଜିୟୁଙ୍କୁ ଦର୍ଶନ କରିବେ ଭକ୍ତ । ଆସନ୍ତା କାଲିଠୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ହେଲେ ଶ୍ରଦ୍ଧାଳୁମାନେ ଧାଡିରେ ଯିବାକୁ ପଡିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ସିଂହଦ୍ବାରଠାରୁ କୀର୍ତ୍ତନଚକଡା ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ ହୋଇଛି । ପୁରୀ ଜିଲ୍ଲପାଳ ଓ ଏସ୍ ପି ଧାଡି ଦର୍ଶନ ଲାଗି ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ନେଇ ଗତ ୨୧ ତାରିଖରେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ୨ ଦିନିଆ ପୁରୀ ଗସ୍ତରେ ଆସିଥିଲେ ।  ବିଭିନ୍ନ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି,  ଜିଲ୍ଲା ଜଜ୍ , ଗଜପତି, ଶଙ୍କରାଚାର୍ଯ୍ୟ,  ଛତିଶା ନିଯୋଗ ସହ ଆଲୋଚନା କରିଥିଲେ । ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଦର୍ଶନ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ଆମିକସ୍ କ୍ୟୁରୀ ।