ପଞ୍ଚୁକ ଓ ବଡଓଷା ଉପଲକ୍ଷେ ଧବଳେଶ୍ଵର ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ :କାର୍ତ୍ତିକ ମାସର ପାବନ ଅବସରରେ ଧବଳେଶ୍ଵର ପୀଠରେ ପଞ୍ଚୁକ, ବଡଓଷା ପାଇଁ ପ୍ରବଳ ଭିଡ ହୁଏ। ଏଥିପାଇଁ ପ୍ରସ୍ତୁତି ବୈଠକ କରାଯାଇଛି। ବୈଠକ ପରେ କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

କାର୍ତ୍ତିକ ମାସର ପାବନ ଅବସରରେ ପଞ୍ଚୁକ ଓ ବଡଓଷା ପାଳନ କରିବାକୁ ଧବଳେଶ୍ଵର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଶୈବ ପୀଠରେ ବେଶ୍ ଧୁମଧାମର ସହ ପଞ୍ଚୁକ ଓ ବଡଓଷା ପାଳନ କରାଯାଏ। ତେଣୁ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବୈଠକ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ପଞ୍ଚୁକ, ବଡଓଷା ସମ୍ପନ୍ନ ପାଇଁ ଏହି ଶୈବ ପୀଠରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ସୁରକ୍ଷା ଦାୟିତ୍ଵରେ ୩ ଅତିରିକ୍ତ ଏସପି, ୧୨ ଡିଏସପି, ୨୦ ଇନିସପେକ୍ଟର ନିୟୋଜିତ ହେବେ। ୬୦ ଜଣ ଏସଆଇ ଏବଂ ଏଏସଆଇଙ୍କ ସହ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଏତଦ୍ ବ୍ୟତୀତ ଓଡ୍ରାଫ୍ ଏବଂ ଅଗ୍ନିଶମ ଟିମ୍ ସହ ମଧ୍ୟ ସଜାଗ ରହିବେ କହିଲେ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।