ଭୁବନେଶ୍ୱର: ମାତ୍ର ୨୪ ଘଂଟା ମଧ୍ୟରେ କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ ୨୪୫ ମାମଲା ପଞ୍ଜିକୃତ ହୋଇଥିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ, ଲକଡାଉନ୍ ଉଲ୍ଲଂଘନ ପାଇଁ ୨୩୦ଟି ମାମଲା, ହୋମ୍ କ୍ୱାରେନଂଟାଇନ୍ ର ଉଲ୍ଲଂଘନ ପାଇଁ ୩ଟି ମାମଲା ପଞ୍ଜିକୃତ ହୋଇଛି | ଅନ୍ୟାନ୍ୟ ସମସ୍ୟା ପାଇଁ ୧୨ଟି ମାମଲା ପଞ୍ଜିକୃତ ହୋଇଥିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି |
From morning of 03.04.2020 to morning of 04.04.2020, 245 cases registered in #Odisha for violation of guidelines related to #COVID19. Out of these, 230 cases for violation of #LOCKDOWN. 03 cases for violation of #HomeQuarantine. 12 cases for other issues related to #COVID19.
— DGP, Odisha (@DGPOdisha) April 4, 2020
ସୂଚନାଯୋଗ୍ୟ, ଆଜର ରାଜଧାନୀ ଭୁବନେଶ୍ୱରରେ ୬୪ଜଣ ସଟ୍ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ ଉଠାଇ ନେଇଥିବାର ଖବର ମିଳିଛି । ଠିକ୍ ସେହିପରି ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେନଂଟାଇନ୍ ରେ ରଖାଯାଇଛି। ସେମାନଙ୍କୁ ପୋଲିସ ୧୪ଦିନ ପାଇଁ କ୍ୱାରେନଂଟାଇନ୍ ରୁମ୍ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୋଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି। ସଟଡାଉନ ଘୋଷଣା ହୋଇଥିବା ସମୟରେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭଦ୍ରକ ଟାଉନ ଥାନା ପୋଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ୱାରେନଂଟାଇନ୍ ରେ ରଖାଯାଇଛି ।