୫ଟି ବାଟାଲିୟନର ହେବ ଇ-ଅଫିସ୍‌

ଭୁବନେଶ୍ୱର :ଭୁବନେଶ୍ୱର ପୋଲିସ ଭବନରେ ଆଜି ତୃତୀୟ କମାଣ୍ଡାଣ୍ଟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ଡ. ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଇ-ଅଫିସ୍‌ ଉଦଘାଟନ କରାଯାଇଛି । ଏହା ସହିତ ଚାରୋଟି ସଶସ୍ତ୍ର ପୋଲିସର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛନ୍ତି ।

କମାଣ୍ଡାଣ୍ଟ ସମ୍ମିଳନୀରେ ଡିଜିପି ବିକେ ଶର୍ମା ଇ-ଅଫିସ୍‌ର ଉଦଘାଟନ ସହ ଚାରୋଟି ବାଟାଲିୟନ୍‌ର ଲୋଗୋ ଉନ୍ମୋଚନ କରିଛନ୍ତି । ରାଜ୍ୟର 5ଟି ବାଟାଲିୟନ୍‌କୁ ଇ-ଅଫିସ୍‌ କରାଯିବ । ମାଲକାନଗିରି, ରାଉରକେଲା, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ବାଟାଲିୟନ୍‌ ଏଥିରେ ସାମିଲ ଅଛି । ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ବାଟାଲିୟନଗୁଡ଼ିକର ଆଧୁନିକରଣ କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ମାସଠାରୁ ସମସ୍ତ ବାଟାଲିୟନରେ ଇ-ଅଫିସ୍‌ଚ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ଡିଜିପି ଘୋଷଣା କରିଛନ୍ତି ।

ଏହି କମାଣ୍ଡାଣ୍ଟ ସମ୍ମିଳନୀରେ ୨୦ଟି ବାଟାଲିଅନ ଓ ୨ ଟ୍ରେନିଂ ସେଣ୍ଟର ମୁଖ୍ୟମାନେ ଯୋଗ ଦେଇଛନ୍ତି । ଏଥିରେ ପୋଲିସ ପ୍ରଶାସନର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।