ବାଲେଶ୍ୱର ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଦିନିକିଆ ଗସ୍ତରେ ଯାଇ ପୋଲିସ ମହାନିର୍ଦ୍ଦେଶକ “୫ଟି” ଓ “ମୋ ସରକାର” ସଫଳତା ଉପରେ ସମୀକ୍ଷା କରିଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ଆଇଜି ଦିପ୍ତେଶ ପଟନାୟକଙ୍କ ସମେତ ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ଏସପିଙ୍କ ସହ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଲୋଚନା କରିଥିବାର ସୂଚନା ମିଳିଛି।

ଏହି ତିନୋଟି ଜିଲ୍ଲାରେ ବାଲିମାଫିଆ, ଚୋରା ଡ୍ରଗ୍ସ କାରବାର ଓ ବିଭିନ୍ନ ଅପରାଧକୁ କିପରି ରୋକାଯାଇ ପାରିବ ସେ ସେନେଇ ଡିଜିପି ଗସ୍ତରେ ଆସିଥିବା କହିଛନ୍ତି ଆଇଜି ଦିପ୍ତେଶ ପଟନାୟକ।