ଦୁଇ ଦିନିଆ କୋରାପୁଟରେ ଗସ୍ତରେ ଡିଜି ବି.କେ ଶର୍ମା

କୋରାପୁଟ:ଦୁଇ ଦିନିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ବି.କେ ଶର୍ମା । ଅପରାଧ ତଥା ମାଓ ପ୍ରଭାବିତ ଅଂଚଳ କୋରାପୁଟ  ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସ୍ଥିତି ସମୀକ୍ଷା କରାଯିବ । 

କୋରାପୁଟ ଓ ମାଲକାନଗିରିରେ ଜିଲ୍ଲା ଏବଂ ତାର ଆଖ ପାଖ ଅଂଚଳରେ ଲାଲବାହିନୀ ନିଜ ଉପସ୍ଥିତି ଜଣାଇ ଅନେକ ସମୟରେ ବର୍ବର କାଣ୍ଡ ଘଟାଉଛନ୍ତି । ଏହି ଅଂଚଳରୁ ଅନେକ ସମୟରେ ବିଭିନ୍ନ ଅପରାଧର ମଧ୍ୟ ସୁରାଖ ମିଳୁଛି । ତେଣୁ ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ନେଇ ଆଇନ ଶୃଙ୍ଖଳା ସୁଦୃଢ କରିବାକୁ ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ବି.କେ ଶର୍ମା । ସେ ସୁନାବେଡ଼ାରେ ପହଂଚିବା ପରେ ପ୍ରଥମେ ମାଲକାନଗିରି ଗସ୍ତ କରିବେ । ଏହାପରେ ସେ ମାଲକାନଗିରିରୁ ଫେରିବା ପରେ କୋରାପୁଟ ଜିଲ୍ଲା ଦକ୍ଷିଣ -ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିବ । 

କୋରାପୁଟରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଇନ ଶୃଙ୍ଖଳା, ଅପରାଧ, ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯିବ । ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଛି । ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ କୋବ୍ରା, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ପୋଲିସ ସାମିଲ ଅଛନ୍ତି ।