ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଅଭୟ

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଅଭୟ। ଗୁରୁବାର ପୂର୍ବାହ୍ନ ୧୦. ୩୦ ସମୟରେ ପୋଲିସ ଡିଜି ଅଭୟ ଡିଆଇଜି ଅଫିସରେ ପହଂଚି ୫ଟି ଜିଲ୍ଲାର ଏସପିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟତଃ ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବର୍ତମାନ ଡିଜି ସମ୍ବଲପୁର ବସନ୍ତପୁର ସ୍ଥିତ ପୋଲିସ ଟ୍ରେନିଂ ଇନଷ୍ଟିଟ୍ୟୁଟ ପରିଦର୍ଶନ କରୁଥିବା ସୂଚନା ମିଳିଛି।