ଶ୍ରୀମନ୍ଦିରକୁ ଦାନ ମିଳିଥିବା ଟଙ୍କା ଓ ସୁନାରୂପାର ବିଧାନସଭାରେ ହିସାବ ଦେଲେ ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିରକୁ ମିଳିଥିବା ଟଙ୍କା ଓ ସୁନାରୂପାର ସମସ୍ତ ହିସାବ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ବିଜେଡ଼ି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ୨୦୨୦ ଜାନୁଆରି ଶେଷ ସୁଦ୍ଧା ପୁରୀ ବଡ ଦେଉଳକୁ ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିଭଳି ମହାପ୍ରଭୁଙ୍କ ପାଇଁ ଭକ୍ତ ଦେଇଛନ୍ତି ୧୭ କିଲୋ ୭୫୬ ଗ୍ରାମ ଓ ୭୦୬ ମିଲିଗ୍ରାମର ସୁନା । ଏହି ଦାନ ସୁନା ଭିତରେ ଅନେକ ଅଳଙ୍କାର ମଧ୍ୟ ରହିଛି। ସେହିଭଳି ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ଦାନ ସୂତ୍ରରେ ମିଳିଛି । ଏହାବାଦ ବିଭିନ୍ନ ଲୁଗାପଟା, ଘଂଟ, ଘଂଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକାରରେ ଶ୍ରୀମନ୍ଦିରକୁ ମିଳିଛି ।

ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଥିବା ବେଳେ ଏହାକୁ ସେବାୟତମାନଙ୍କୁ ଦରମା ଆକାରରେ ଦିଆଯାଏ । ସେହିଭଳି ଦାନରେ ମିଳିଥିବା ତେଜରାତି ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯାଏ । ଦାନରେ ମିଳିଥିବା ସୁନା ଓ ରୂପାକୁ ଶ୍ରୀଜିଉଙ୍କ ବିଭିନ୍ନ ଅଳଙ୍କାର ମରାମତିରେ ବ୍ୟବହାର କରାଯାଏ ।