ଆଜି ମାଘ ପୂର୍ଣ୍ଣିମା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପବିତ୍ର ମାଘ ମାସର ପୂର୍ଣ୍ଣିମା । ମାଘ ମାସର ପୂର୍ଣ୍ଣିମା ତିଥିରେ ଗଙ୍ଗାରେ ବୁଡ଼ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ଏହି ଅବସରରେ ଗଙ୍ଗାନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।ଉତରପ୍ରଦେଶର ବାରାଣସୀରେ ମଧ୍ୟ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ଓ ବିହାରରେ  ପବିତ୍ର ନଦୀଗୁଡ଼ିକରେ ଶ୍ରଦ୍ଧାଳୁମାନେ ଆଜି ବୁଡ଼ ପକାଇଥିବା ଜଣାଯାଇଛି । ଓଡ଼ିଶାରେ ମାଘ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଇଥାଏ । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ଯ୍ୟମୂଳକ ନାମ, ଯଜ୍ଞର ଆୟୋଜନ ହୋଇଥାଏ । ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାଦଦେଶରେ ମାଘ ମେଳାର ଆୟୋଜନ ହେଉଥିବା ବେଳେ ଚନ୍ଦ୍ରଭାଗାରେ ମଧ୍ୟ ମାଘ ମାସ ପାଇଁ ବ୍ୟାପକ ଆୟୋଜନ ହୋଇଥାଏ ।