ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ ଶିବସେନା-ବିଜେପି

ମୁମ୍ବାଇ: ବିଧାନସଭା ନିର୍ବାଚନ ପାଇଁ ଜନତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବୁଧବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ କହିଛନ୍ତି ୨୦୧୪ର ବିପରୀତ ଯାଇ ୨୦୧୯ରେ ବିଜେପି ଏବଂ ଶିବସେନା ମିଶି ନିର୍ବାଚନ ଲଢିବେ । ଜଣେ କଂଗ୍ରେସ ଏବଂ ତିନି ଜଣ ଏନସିପି ବିଧାୟକ ବିଜେପିରେ ସାମିଲ ହେବା ପରେ ଆୟୋଜିତ ହୋଇଥିବା କାର‌୍ୟ୍ୟକ୍ରମରେ ସେ କହିଛନ୍ତି  ବିଜେପି ଏବଂ ଶିବସେନା ଆସନ୍ତା ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗି ବହୁମତ ହାସଲ କରିବ । 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବୟାନ ପରେ ବର୍ତ୍ତମାନ ସ୍ଥିତିରେ ସେହି ସବୁ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ଯେଉଁଥିରେ କୁହାଯାଉଥିଲା ଯେ ବିଜେପି ଏବଂ ଶିବସେନା ମେଣ୍ଟ କଂଗ୍ରେସ-ଏନସିପି ମେଣ୍ଟକୁ ଟକ୍କର ଦେବା ପାଇଁ ଅଲଗା ଅଲଗା ନିର୍ବାଚନ ଲଢିପାରନ୍ତି । 

ମଙ୍ଗଳବାର ଦିନ ଏନସିପିର ତିନି ଜଣ ଏବଂ କଂଗ୍ରେସର ଜଣେ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିଲେ, ଏବଂ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଏନସିପି ପାଇଁ ଏକ ବଡ ଝଟକା