୫ଟି ସଚିବ ପରିଦର୍ଶନ କଲେ ଢ଼େଙ୍କାନାଳର କୋଭିଡ ହସ୍ପିଟାଲ

ଢ଼େଙ୍କାନାଳ: ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ ଢ଼େଙ୍କାନାଳରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି । ସେ ଆଜି ସାଢେ ୧୦ଟା ସମୟରେ ହେଲିକେପ୍ଟର ଯୋଗେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଓହ୍ଲାଇଥିଲେ।

ସେଠାରୁ ସେ ବାଜିଚୌକଠାରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିତ କୋଭିଡ ହସ୍ପିଟାଲରେ ପହଂଚିଥିଲେ। ସେଠାରେ ୫-ଟି ସଚିବ କୋଭିଡ ହସ୍ପିଟାଲର ଆନୁସାଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ନେଇ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଢେଙ୍କାନାଳରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଢ଼େଙ୍କାନାଳ ଟାଉନରୁ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।