ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ଜିଲ୍ଲାର ଖତକୁରବାହାଲ ଗାଁରୁ ପ୍ରଥମେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଏବେ ପୂରା ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଜିଲ୍ଲାରେ ମୋଟ ୧୬ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ...

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ଜିଲ୍ଲାର ଖତକୁରବାହାଲ ଗାଁରୁ ପ୍ରଥମେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଏବେ ପୂରା ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଜିଲ୍ଲାରେ ମୋଟ ୧୬ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ  ପଜେଟିଭ ରହିଥିବା ଜଣାପଡ଼ିଛି।

ପ୍ରଥମ ଦୁଇ ଜଣ ଏବେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟ ୯ ଜଣଙ୍କ ଚିକିତ୍ସା ଚାଲିଛି। ୯ ଜଣଙ୍କ ମଧ୍ୟରୁ ୭ ଜଣ କୁତ୍ରା ବ୍ଲକର ଖତକୁରବାହାଲ ଗାଁର ହୋଇଥିବା ବେଳେ ଆଉ ଜଣେ ସୁନ୍ଦରଗଡ଼ ସହରର ଓ ଅନ୍ୟ ଜଣେ ବୀରମିତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଡେଙ୍ଗୁ ସଂକ୍ରମିତ ଅଞ୍ଚଳକୁ ଯାଇ ସଫେଇ ଅଭିଯାନକୁ ତ୍ୱରାନିତ୍ୱ କରିଛନ୍ତି। ଏହାସହ ଜିଲ୍ଲାରେ ଡେଙ୍ଗୁ ସଚେତନତା ନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

Spread the love
Categories
ଓଡିଶା

RELATED BY

  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...
  • ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା

    କଣ୍ଟାବାଞ୍ଜି : ବାଇକ୍‌କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍‌ ଚାଳକ ଖଣ୍ଡନ...