ସୁନ୍ଦରଗଡରେ ଥମୁନି ଡେଙ୍ଗୁ ଆତଙ୍କ; ୫୨ରେ ପହଚିଂଲା

ସୁନ୍ଦରଗଡ:ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୫୨  ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୁନ୍ଦରଗଡ଼ କୁତ୍ରାର ଖତକୁରବାହାଲ ଗାଁରେ ସର୍ବାଧିକ ୫୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବୀରମିତ୍ରପୁର ଓ ମଜଦିଜ୍‌ ପରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩୧  ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ପରେ ଆଉ ୧୧ ଜଣଙ୍କର ରକ୍ତ ନମୂନା ପଜିଟିଭ୍‌ ଆସିଥିଲା । ସେମାନଙ୍କ ମଧ୍ୟରୁ ମୋଟ ୪୫ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କର ରକ୍ତ ନମୂନାରେ ଡେଙ୍ଗୁ ଭୂତାଣୁ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ଏବେ ଏହି ସଂଖ୍ୟା ୫୨ ରେ ପହଁଚିଛି । ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଡେଙ୍ଗୁକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାବେଳେ ମଶା ମରା ଧୂଆଁ ମଧ୍ୟ ପ୍ରୟୋଗ କରାଯାଉଛି ।