ପୁରୀରେ ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଜାରି

ପୁରୀ: ଶ୍ରୀ ମନ୍ଦିରର ଚତୁଃପାଶ୍ୱର୍ରେ ଥିବା କୋଠାବାଡି ଭଙ୍ଗା କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଆଜି ଦୋଳବେଦୀ କୋଣରେ ଥିବା ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।

ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଥିବା ମଙ୍ଗୁମଠର ମନ୍ଦିରଟିକୁ ଛାଡ଼ି ବାକି କୋଠାବାଡ଼ିଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଶେଷ କରାଯାଇଛି। ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ତଦାରଖ କରୁଛନ୍ତି।

ଦୋଳମଣ୍ଡପ ସାହି, କାକୁଡ଼ିଖାଈ ଛକ, ଗ୍ରାଣ୍ଡ୍‌ ସେଣ୍ଟର୍‌ ସମ୍ମୁଖ, ଦୋଳବେଦୀ କୋଣ, ଲକ୍ଷ୍ମୀ ବଜାର ଆଦି ଅଞ୍ଚଳର ରାସ୍ତାଘାଟକୁ ସିଲ୍‌ କରିଦିଆଯାଇଛି। ଏସବୁ ରାସ୍ତାରେ ସାଧାରଣ ଜନତା ଓ ଗାଡ଼ିମଟର ଚଳାଚଳକୁ ବନ୍ଦ କରାଯିବା ସହ ଅନ୍ୟ ରାସ୍ତାରେ ଗମନାଗମନ କରିବାକୁ ନିର୍ଦେଶ ଦିଆଯାଇଛି।