ପୁରୀ:ପୁରୀ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପୁରୀ ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ଥିବା ନିର୍ମାଣଗୁଡ଼ିକର ଉଚ୍ଛେଦ ଆରମ୍ଭ ହୋଇଛି । ଆଜି ପ୍ରଥମେ ଲଙ୍ଗୁଳି ମଠରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମଠ ଭଙ୍ଗା ଯାଉଛି । ୮ ଜଣ ମାଜିଷ୍ଟ୍ରେଟ୍ ଏହାର ତଦାରଖ କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ୪ ଟି ଡ୍ରୋଜର୍ ନିୟୋଜିତ କରାଯାଇଛି । ଲଙ୍ଗୁଳି ମଠ ପରେ ଏମ୍ଆର୍ ମଠ ଭଙ୍ଗା ଯିବାକୁ ନିଷ୍ପତ୍ତି ହୋଇଛି ।
ବିନା କୌଣସି ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ଗତକାଲି ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ ସେଠାରେ ପହଁଚି ପ୍ରଥମେ ଦୋକାନୀମାନଙ୍କୁ ଥଇଥାନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ଅନ୍ୟ ସମସ୍ତ ବେଆଇନ ନିର୍ମାଣର ଉଚ୍ଛେଦ ଶେଷ ହୋଇ ସାରିଛି ।