ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ

ଦେଶରେ ଏଯାବତ୍ ମୋଟ ୪୮ ଜଣ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ:  ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡ଼ିଶାର ଦେବଗଡ଼ରେ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାବତ୍ ମୋଟ ୪୮ ଜଣ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶରୁ ୭ଜଣ, ପଞ୍ଜାବରୁ ୨ଜଣ, ମହାରାଷ୍ଟ୍ରରୁ ୨୦, ଗୁଜୁରାଟ୍ ୦୨, କେରଳ, ଆନ୍ଧ୍ରପ୍ରଦେଶ ୦୧, ତାମିଲନାଡ଼ୁ ୦୯, ଓଡ଼ିଶାରୁ ୦୧, ରାଜସ୍ଥାନ ୦୧, ଜମ୍ମୁ ୦୧ ଓ କର୍ଣ୍ଣାଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ସରକାର ।