ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୨୭ରେ ପହଂଚିଲା, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ସିଏଏକୁ ନେଇ ଚାଲିଥିବା ହିଂସାରେ ଏଯାବତ୍ ମୃତ୍ୟୁ ସଂଖ୍ୟା ୧୭ରେ ପହଂଚିଛି । ଏହି ହିଂସାରେ ୨୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣାପଡିଛି ।

ସେହିଭଳି ଏଲଏନଜେପି ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଗୁରୁ ତେଗ ବାହାଦୂର ଡାକ୍ତରଖାନାର ନିର୍ଦ୍ଦେଶକ ଡ. ସୁନୀଲ କୁମାର ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି ।

ମଙ୍ଗଳବାର ଗୁରୁ ତେଗ ବାହାଦୂରରେ ୧୩ ଜଣ ଆହତଙ୍କ ସ୍ପଷ୍ଟ କରାଯାଇଥିଲା । କିନ୍ତୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରୁ ୪ ଜଣଙ୍କ ମୃତଦେହ ଅଲ ହିନ୍ଦ ହସ୍ପିଟାଲକୁ ନିଆଯାଇଥିଲା । ଜିଟିବି ହସ୍ପିଟାଲରେ ୨୫ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କ କାରଣ ମଧ୍ୟ କୁହାଯାଇଛି । ବନ୍ଧୁକ ଗୁଳିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଆକ୍ରମଣ ହୋଇଥିଲା । ୩ ଜଣଙ୍କୁ ଭୂଶା ଯାଇଥିଲା ବେଳେ ଅନ୍ୟ ୨ ଜଣ ପୋଡ଼ି ଯାଇଥିଲେ ।

ଅନ୍ୟପଟରେ ଏଲଏନଜେପି ହସ୍ପିଟାଲରେ ଏପର୍ଯ୍ୟନ୍ତ ୪୮ ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କୁ ବନ୍ଧୁକରେ ଗୁଳି କରାଯାଇଥିଲା । ଆହତ ୧୦ ଜଣଙ୍କୁ ପଟପଡଗଞ୍ଜରେ ଭର୍ତି କରାଯାଇଥିଲା । ସେଥିରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ହସ୍ପିଟାଲରେ ଏବେବି ଡିସିପି ଅମିତ କୁମାରଙ୍କୁ ଭର୍ତି କରାଯାଇଛି ।