ସିଏଏକୁ ଦିଲ୍ଲୀରେ ଥମୁନି ହିଂସା: ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ: ସିଏଏକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଏହି ହିଂସା ଫଳରେ ଏଯାବତ୍ ୧୭ଜଣ ପ୍ରାଣ ହରାଇସାରିଲେଣି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ୪ଜଣ ଲୋକଙ୍କର ମୃତଦେହ ମେଡିକାଲକୁ ଅଣାଯାଇଛି ।

ସୂଚନା ଥାଉ କି ସିଏଏକୁ ନେଇ ଉତର ପୂର୍ବ ଦିଲ୍ଲୀ ତିନି ଦିନ ଧରି ଅଶାନ୍ତ ରହିଛି। ଗତକାଲି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ତେବେ ଆଜି ମୃତକଙ୍କ ସଂଖ୍ୟା ୧୭ରେ ପହଂଚିଛି | ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି।

ଅଣାୟତ  ହୋଇପଡ଼ିଥିବା ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା‌ ଡାକ୍ତରଖାନା ପକ୍ଷରୁ କୁହାଯାଇଛି।ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି। ଜାଫରାବ‌ାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତେଜନାପୂର୍ଣ୍ଣ ରହିଛି।