ଅକ୍ଟୋବର ୫ରୁ ଦିଲ୍ଲୀ-ଲକ୍ଷେ୍ନø ମଧ୍ୟରେ ଦୌଡ଼ିବ ତେଜସ ଏକ୍ସପ୍ରେସ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସୋମବାର ଘୋଷଣା କରିଛି ଯେ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) ଦ୍ୱାରା ପରିଚାଳିତ ତେଜସ ଏକ୍ସପ୍ରେସ ଜାତୀୟ ରାଜଧାନୀ ଠାରୁ ଲକ୍ଷେ୍ନø ପର୍ଯ୍ୟନ୍ତ ସପ୍ତାହକୁ ୬ ଦିନ ଦୌଡ଼ିବ । ଦେଶର ପ୍ରଥମ ଘରୋଇ ଟ୍ରେନ ଗୁରୁବାର ସେବା ବନ୍ଦ ରଖିବ । ଟ୍ରେନ ନମ୍ବର ୮୨୫୦୨ ନୂଆଦିଲ୍ଲୀ-ଲକ୍ଷେ୍ନø ତେଜସ ଏକ୍ସପ୍ରେସ ଦଶହରା ଉପଲକ୍ଷେ ଅକ୍ଟୋବର ୫ରୁ ଶୁଭାରମ୍ଭ ହେବ ।

ତେଜସ ଏକ୍ସପ୍ରେସ ଦିଲ୍ଲୀରୁ ଅପରାହ୍ଣ ୩ଟା ୩୫ରେ ଛାଡ଼ିବ ଏବ ଲକ୍ଷେ୍ନøରେ ରାତି ୧୦ଟା ୫ରେ ପହଂଚିବ । ସେହିଭଳି ଟ୍ରେନ ନମ୍ବର ୮୨୫୦୧ ଲକ୍ଷେ୍ନø-ନୂଆଦିଲ୍ଲୀ ତେଜସ ଏକ୍ସପ୍ରେସ ନିୟମିତ ଭାବେ ଅକ୍ଟୋବର ୬ରୁ ଆରମ୍ଭ ହେବ । ଏହି ଟ୍ରେନ ଲଖନଉରୁ ସକାଳ ୬ଟା ୧୦ରେ ବାହାରି ଦିଲ୍ଲୀରେ ଅପରାହ୍ଣ ୧୨ଟା ୨୫ରେ ପହଂଚିବ । 

ତେଜସ ଏକ୍ସପ୍ରେସରେ ଗୋଟିଏ ଏକଜ୍ୟୁକେଟିଭ ଏସି ଚେୟାର କାର, ୯ଟି ଏସି ଚେୟାର ରହିବ । ଏହି ଟ୍ରେନ କାନପୁର ଓ ଗାଜିଆବାଦ ଷ୍ଟେସରେ ଅଟକିବ । ଅକ୍ଟୋବର ୪ରେ ଏହି ଟ୍ରେନ ଉଦଘାଟନ ହେବା ପରେ ଲକ୍ଷେ୍ନøରୁ ଦିଲ୍ଲୀ ପାଇଁ ସକାଳ ୯ଟା ୩୦ରେ ବାହାରିବ ଏବଂ ରାତି ୪ଟାରେ ଦିଲ୍ଲୀରେ ପହଂଚିବ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଏଯାଏଁ ୨୦୦୦ ରୁ ଅଧିକ ଯାତ୍ରୀ ଟିକେଟ ବୁକ କରିସାରିଛନ୍ତି । 

ତେଜସ ଟ୍ରେନ ସୁବିଧା ଦୃଷ୍ଟିରୁ ଅତ୍ୟାଧୁନିକ କୁହାଯାଇପାରିବ । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା ସମୟରେ ମଧ୍ୟ ସପିଂ କରିପାରିବେ । ଯାତ୍ରା ସମୟରେ ଯାତ୍ରୀଙ୍କ ଆବଶ୍ୟକତା ଓ ଦାବିକୁ ଦୃଷ୍ଟିରେ ରଖି ଆଇଆରସିଟିସି ତେଜସ ଟ୍ରେନରେ ଅନବୋର୍ଡ ସପିଂ ସୁବିଧା ଦେବାକୁ ଚିନ୍ତା କରୁଛି । ଏହି ବ୍ୟବସ୍ଥା କରାଗଲେ ଯାତ୍ରୀମାନେ ଚଳନ୍ତା ଟ୍ରେନରେ ସପିଂ କରିପାରିବେ । ଯାତ୍ରୀଙ୍କୁ ସେମାନଙ୍କର ଆବଶ୍ୟକ ଜିନିଷ ଉପଲବ୍ଧ କରାଯିବ । କସମେଟିକ, ଇୟରଫୋନ, ଗ୍ୟାଜେଟ୍ସ, ପରଫ୍ୟୁମ, ହ୍ୟାଣ୍ଡବ୍ୟାଗ, ଘଣ୍ଟା, ପର୍ସ, ସ୍କିନକେୟାର ପ୍ରଡକ୍ଟ, ଉପହାର ସାମଗ୍ରୀ ଓ ଅନ୍ୟ ସାମଗ୍ରୀ ମିଳିପାରିବ ।