ଦ୍ଵାରିକାରେ ରାବଣ କୁଶପୁତଳିକା ଦହନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରିକାରେ ରାମଲୀଲା ସୋସାଇଟି ପକ୍ଷରୁ କରାଯାଉଥିବା ରାମଲୀଲା ଦେଖିବାକୁ ଯିବେ। ବରିଷ୍ଠ ପୁଲିସ ଅଧିକାରୀ ଏବଂ ଏସପିଜି ଅଧିକାରୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୋସାଇଟିର ସଂରକ୍ଷକ ରାଜେଶ ଗେହଲଟ କହିଛନ୍ତି କି, ଅକ୍ଟୋବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲୀଲା ଦେଖିବାକୁ ଆସିବେ। ତେବେ ମୋଦୀଙ୍କ ବ୍ୟତୀତ ରାମଲୀଲା ପରିବେଷଣ ଦେଖିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆସିବେ।  

ପୂର୍ବ ଦିଲ୍ଲୀର ଝିଲମିଲ ସ୍ଥିତ ରାମଲୀଲା ପରିବେଷଣ ଦେଖିବା ପାଇଁ ଶନିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ନିଜ ପରିବାର ସହ ପହଁଚିବେ। ସେ ଟ୍ଵିଟ୍ କରି କହିଛନ୍ତି କି, ଭଗବାନ ରାମଙ୍କ ଜିବନୀରୁ ପିଲାମାନଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ତେବେ ରାମଲୀଲା କମିଟିର ଇନ୍ଦ୍ରପ୍ରସ୍ଥ ମଞ୍ଚରେ ଶବରୀ ଅଭିନୟ ଦେଖି ଲୋକମାନେ ଭାବବିହ୍ଵଳ ହୋଇ ଉଠିଛନ୍ତି। କିଷ୍କିନ୍ଧା ପର୍ବତରେ ମଧ୍ୟ ହନୁମାନ ରାମଙ୍କ ମିଳନ ହୋଇଛି। 

ଜବାହାରଲାଲ ନେହେରୁ ଷ୍ଟାଡିୟମର ଧାର୍ମିକ ରାମଲୀଲା ସମିତି ଏବଂ ଶ୍ରୀରାମ ଧାର୍ମିକ ରାମଲୀଲା ସମିତି ତରଫରୁ ହୋଇଥିବା ପରିବେଷଣରେ ହନୁମାନ ରାମ ମିଳନ, ରାମ ସୁଗ୍ରୀବ ମିତ୍ର, ବାଳୀ ଯୁଦ୍ଧ, ହନୁମାନ ସୀତା ସମ୍ବାଦ, ଲଙ୍କା ଦହନ ଆଦି ପରିବେଷଣ କରାଯାଇଛି।