ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ ସମୟରେ ଦିଗ-ନିର୍ଦ୍ଦେଶର ଉଲ୍ଲଘଂନ ମାମଲାରେ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଖବର ପରେ ପୁଣି ଥରେ ଲୋକସଭାରେ ହଟ୍ଟଗୋଳ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି । ଏହାସହ ନଭେମ୍ୱର ୧୭ ତାରିଖରେ ଜେଏନୟୁ ପରିସରରେ ଥିବା ବିବେକାନନ୍ଦଙ୍କ ମୂର୍ତ୍ତିକୁ ବିକୃତ କରିବା ମାମଲାରେ ମଧ୍ୟ ଏଫଆଇଆର ରୁଜୁ କରିଥିଲା ।
ମଙ୍ଗଳବାର ଦିନ ଲୋକସଭାର କାର୍ୟ୍ୟ ସମୟରେ ବିଏସପିର ସାଂସଦ ଦାନିଶ ଅଲି ଜେଏନୟୁ ଛାତ୍ରଙ୍କ ଉପରେ ଲାଠି ଚାର୍ଜ ଏବଂ ବର୍ବରତାପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନର ଅଭିଯୋଗ କରି ସରକାରଙ୍କ ଠାରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ । ଏହାସହ ଏହି ଘଟଣା ପାଇଁ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।
ସେପଟେ ଦିଲ୍ଲୀ ପୁଲିସର ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରେ ବଳ ପ୍ରୟୋଗ ଅଭିଯୋଗକୁ ଖଣ୍ଡନ କରିଛି । ଖବର ଅନୁସାରେ , ପୁଲିସ ସେହିପରି ପ୍ରାୟ ୧୦୦ଙ୍କୁ ହେପାଜତକୁ ନେଇଛି ଯେଉଁମାନେ ପ୍ରଦର୍ଶନ ସମୟରେ ଗାଇଡ ଲାଇନ୍ର ଉଲ୍ଲଂଘନ କରିଥିଲେ । ସୋମବାର ଦିନ ଜେଏନୟୁର ଛାତ୍ରମାନେ ବଦ୍ଧିତ ଫ’କୁ ନେଇ ଫେରାଇ ନେବା ସହ ଅନ୍ୟ କିଛି ଦାବିକୁ ନେଇ ସଂସଦ ମାର୍ଚ୍ଚ ବାହାର କରିଥିଲେ ।