ଜେଏନୟୁ ଘଟଣା: ଆହତ ଛାତ୍ରସଂଘ ଅଧ୍ୟକ୍ଷ ଆଈଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଜେଏନୟୁ ହୋଇଥିବା ଘଟଣା ଅଭିଯୋଗରେ ଆଜି ଛାତ୍ରସଂଘ ଅଧ୍ୟକ୍ଷ ଆଈଶୀ ଘୋଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ଜାନୁଆରୀ ୫ରେ ଜେଏନୟୁରେ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରସଂଘ ଅଧ୍ୟକ୍ଷ ଆୟଶୀ ଘୋଷ ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ଜେଏନୟୁ କର୍ତୃପକ୍ଷ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି। ଜେଏନୟୁ ପ୍ରଶାସନ ଜାନୁଆରୀ ୫ରେ ଥାନାରେ ଅଭିଯୋଗ କରିଥିଲେ।

ସୂଚନାନୁସାରେ, ଜେଏନୟୁର ୩ଟି ହଷ୍ଟେଲରେ ଜାନୁଆରୀ ୫ରେ କିଛି ଛାତ୍ର ମାରପିଟ ଏବଂ ଭଙ୍ଗାରୁଜା କରିଥିଲେ। ଚାତ୍ରସଙ୍ଘ ଅଧ୍ୟକ୍ଷ ଘୋଷଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହାଦ୍ଵାରା ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଏଯାବତ୍ ଆକ୍ରମଣକାରୀ ଗିରଫ ହୋଇ ନାହାଁନ୍ତି। କିନ୍ତୁ ମୁଖା ପିନ୍ଧା ଆକ୍ରମଣକାରୀଙ୍କୁ ନେଇ ରାଜନୀତି ସରଗରମ ହେଲାଣି। ଏହି ଆକ୍ରମଣ ପରେ ସାବରମତି ହଷ୍ଟେଲର ୨ ଜଣ ୱାର୍ଡେନ ଇସ୍ତଫା ଦେଇ ସାରିଲେଣି।