ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ନାଟକ ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସର ଶେଷ ରବିବାର ଦିନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥାନ୍ତି । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ମୋଦୀଙ୍କ ଏହା ହେଉଛି ୬ଷ୍ଠ ଥର ମନ କୀ ବାତ କାର୍ଯ୍ୟକ୍ରମ । ଏହାକୁ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଓ ନରେନ୍ଦ୍ର ମୋଦୀ ଆପରେ ଶୁଣାଯାଇପାରିବ । 

ମୋଦୀ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏବାବଦରେ ସୂଚନା ଦେଇଛନ୍ତି । ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶ-ବିଦେଶ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଓ ସାମାଜିକ ପ୍ରସଙ୍ଗକୁ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ରେଡିଓ କାର୍ଯ୍ୟକ୍ରମରେ ଚାଷୀ, ଯବାନ, ପରୀକ୍ଷା ସମୟରେ ମାନସିକ ଚାପ, ଖେଳାଳିଙ୍କ ଅଭିଜ୍ଞତା, ଅନ୍ତରୀକ୍ଷରେ ଭାରତର ଭୂମିକା, ଜଳ ସଂରକ୍ଷଣ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି ।