ମାସ୍କ ଓ ଆରୋଗ୍ୟ ସେତୁ ଆପ୍ ନ ଥିଲେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ଅସମ୍ଭବ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ଲକଡାଉନ ଶେଷ ହେବା ପରେ ଦିଲ୍ଲୀ ମେଟ୍ରୋ ନିଜର ପରିଚାଳନା ଆରମ୍ଭ କରିବ । କିନ୍ତୁ ଏହା ପୂର୍ବରୁ ପରିଚାଳନାକୁ ନେଇ ଦିଲ୍ଲୀ ମେଟ୍ରୋ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି ।  ଯାତ୍ରୀ ଓ ମେଟ୍ରୋକର୍ମୀଙ୍କୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଟ୍ରୋ ଟ୍ରେନରେ ଯାତାୟତ କରୁଥିବା ଲୋକଙ୍କୁ କଡ଼ା ନିୟମ ପାଳନ କରିବାକୁ ପଡ଼ିବ ।

ଗୁରୁବାର ସିଆଇଏସଏଫ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରସ୍ତାବ ଅନୁସାରେ ଲକଡାଉନ ପରେ ମେଟ୍ରୋରେ କରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ଶାରୀରିକ ଯାଂଚ ପୂର୍ବରୁ ଶରୀରରୁ କୌଣସି ପ୍ରକାରର ଧାତୁ ବାହାର କରିବାକୁ ପଡ଼ିବ । ଏହା ବ୍ୟତୀତ ଯାତ୍ରୀଙ୍କୁ ଫେସ ମାସ୍କ ବାଧ୍ୟତାମୂଳକ ଭାବେ ପିନ୍ଧିବାକୁ ପଡ଼ିବ । ଆରୋଗ୍ୟ ସେତୁ ଆପ୍ଲିକେଶନର ବ୍ୟବହାର ପାସ ଭାବେ ଗ୍ରହଣ କରାଯିବ ।