ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ବନୋଦ ଗୋଏଲ୍ଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ କୋର୍ଟ କେନ୍ଦ୍ର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ବେନିୟମ ଅର୍ଥନୈତିକ କାରବାର ଆଇନ୍ ଅଧୀନରେ ରୋବର୍ଟ ଭଦ୍ରା ଓ ମନୋଜ ଅରୋରାଙ୍କୁ ସେମାନଙ୍କ ଜାଚିକା ଉପରେ ଯବାବ ଦେବାକୁ କହିଛନ୍ତି। ଏହାବ୍ୟତୀତ କୋର୍ଟ ଭଦ୍ରାଙ୍କୁ ତାଙ୍କର ପରବର୍ତ୍ତୀ ଶୁଣାଣି ମେ ୨ରେ କାହିଁକି ତାଙ୍କ ଜାମିନ ଅବଧି ବଢ଼ାଯିବ ସେ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବରୁ ମାର୍ଚ ୧୯ରେ ଟ୍ରାଏଲ୍ କୋର୍ଟ ଭଦ୍ରାଙ୍କର ଜାମିନ ଆବେଦନ ଅବଧିକୁ ବର୍ଦ୍ଧିତ କରାଇ ମାର୍ଚ ୨୫ ଘୋଷଣା କରିଥିଲେ।
Related Posts