ଦିଲ୍ଲୀରେ ଅଗ୍ନିକାଣ୍ଡ : ୬ ମୃତ,୧୧ ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ଜାକିର୍ ନଗରରେ ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋମବାର ବିଳମ୍ବିତ ରାତିରେ ଦକ୍ଷିଣପୂର୍ବ ଦିଲ୍ଲୀରେ ଥିବା ଏହି ୪ ମହଲା ବିଶିଷ୍ଟ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ନିକଟରେ ଥିବା କୋଠାରେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗିଯାଇଥିଲା। ଯେତେବେଳେ କି ସମସ୍ତେ ଗାଢ଼ ନିଦରେ ଶୋଇଥିଲେ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି  ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଜୀବନ ବଞ୍ଚାଇବାକୁ ଉଦ୍ୟମ କରି ତଳକୁ ଡେଇଁ ପଡିଥିବା ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ୨୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ପାର୍କିଂ ସ୍ଥାନରେ ଥିବା ୭ଟି କାର ଓ ୮ଟି ମୋଟର ସାଇକେଲ ଜଳି ଭସ୍ମ ହୋଇଯାଇଛି। ଦମକଳ ବାହିନୀର ଆଠଟି ନିଆଁଲିଭା ଗାଡି ନିଆଁକୁ ଆୟତ କରିଥିଲେ।