ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ଆପ ମୁଖ୍ୟମନ୍ତ୍ରୀ ଗାଦି ହାତେଇବ ବୋଲି ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ନିର୍ବାଚନରେ ଫଳାଫଳ ଅନୁସାରେ ଆପ ୫୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୩ଟିରେ ଆଗୁଆ ରହିଛି । କଂଗ୍ରେସ ନିଜର ଖାତା ମଧ୍ୟ ଖୋଲିପାରିନାହିଁ ।
ଏଣୁ ଦିଲ୍ଲୀବାସୀ ଏଥର ଆପକୁ ପୁଣି ଥରେ ଫେରାଇଆଣିବାକୁ ଚାହିଁଛନ୍ତି । କିନ୍ତୁ ଗତ ଥର ଭଳି ଏକ ଦୁର୍ବଳ ବିରୋଧୀ ଦଳ ଦେବାକୁ ଚାହିଁନାହାନ୍ତି ଲୋକେ । ଲୋକଙ୍କ ନିର୍ଦ୍ଦେଶ ସ୍ପଷ୍ଟ-ଆମ ଆଦମି ପାର୍ଟି(ଆପ) ଶାସନ କରୁ କିନ୍ତୁ ଏକ ଦୃଢ ବିରୋଧୀ ଦଳ ରହୁ ।
୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା । ତେବେ ଚଳିତ ଥର ଆପ ନିଜର କ୍ଷମତା ବଜାୟ ରଖିବାର ସମ୍ଭାବନା ଥିଲେ ମଧ୍ୟ ଏହା ଗତ ଥରର ସଫଳତା ଦୋହରାଇବା କଷ୍ଟ ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।