ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଏହି ଗଣତିରେ ବହୁ ମାତ୍ରାରେ ଆପ୍ ଆଗରେ ରହିଥିବାବେଳେ ପଛରେ ପଡିଯାଇଛି ବିଜେପି । ଅନ୍ୟପଟେ କଂଗ୍ରେସ ଖାତା ଖୋଲି ନ ଥିବା ଜଣାପଡିଛି ।
ଦିଲ୍ଲୀର ପତପଡଗଞ୍ଜ ଆସନରୁ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବାଜି ଜିତି ଯାଇଛନ୍ତି । ଏହାସହ ଆମ ଆଦମି ପାର୍ଟି ୪୭ ଆସନରେ ବିଜୟ ହାସଲ କରିସାରିଥିବା ବେଳେ ବିଜେପି ହାତକୁ ୬ଟି ଆସନ ଆସିଛି ।