ସତ ହେଲା ଏକଜିଟ୍ ପୋଲ: ପୁଣିଥରେ ଦିଲ୍ଲୀ ମଙ୍ଗ ଧରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଶେଷ ହେବାରେ ଲାଗିଛି । ଏଯାବତ୍ ଆପ୍ ବହୁ ଆଗରେ ରହିଛି । ତେବେ ଏଥିରୁ ଅପୁମାନ କରାଯାଉଛି ଯେ, ଏକଜିଟ୍ ପୋଲ ସତ ହେବାକୁ ଯାଉଛି । ମୋଟ ୭୦ଟି ଆସନକୁ ଆପ୍ କୁ ୬୩ଟି ଆସନ ମିଳିଥିବାବେଳେ ବିଜେପି ୭ଟି ଆସନ ଅକ୍ତିଆର କରିଛି । ଅନ୍ୟପଟେ କଂଗ୍ରେସ ଏଯାବତ୍ ଖାତା ଖୋଲିନି । ତେବେ ବାକି ରହିଲା ଘୋଷଣା ।