ଲକ୍ଷେ୍ନø: ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏହି ମାମଲାର ଦଣ୍ଡ ଶୁଣାଣି ୧୯ରେ କରାଯିବ ବୋଲି ସୂଚନା ମିଳିଛି ।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଅଗଷ୍ଟ ୫ ତାରିଖରୁ ନିୟମିତ ଭାବେ ସେନ୍ଗରଙ୍କ ମାମଲାର ଶୁଣାଣି କରି ଆସୁଥିଲେ। ଅଦାଲତ ମାମଲାର ବିଚାର କରି ତାଙ୍କୁ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ଦଣ୍ଡ ଶୁଣାଣି ଡିସେମ୍ବର ୧୯ରେ କରାଯିବ ବୋଲି ଅଦାଲତ ସୂତ୍ରରୁ ପ୍ରକାଶ।