ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ମିଳିଛି । ଦିଲ୍ଲୀର ଏକ ଅଦାଲତ ତାଙ୍କୁ ବିଦେଶ ଗସ୍ତ ପାଇଁ ୬ ସପ୍ତାହ ସମୟ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ରବର୍ଟ ଭଦ୍ରାଙ୍କୁ ୬ ସପ୍ତାହ ପାଇଁ ଆମେରିକା ଓ ନେଦରଲ୍ୟାଣ୍ଡ୍‍ସ୍‍ ଗସ୍ତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

କିନ୍ତୁ ରବର୍ଟ ଭଦ୍ରା ତାଙ୍କର ଗସ୍ତ କାର୍ଯ୍ୟସୂଚୀ ବିଷୟରେ କୋର୍ଟରେ ଜଣାଇବେ । କିନ୍ତୁ ତାଙ୍କୁ ଲଣ୍ଡନ୍‍ ଗସ୍ତ କରିବାକୁ ଅନୁମତି ଦିଆଯାଇ ନାହିଁ । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣା ମାମଲାରେ ସେ ଅଭିଯୁକ୍ତ ଅଛନ୍ତି ଓ ସେନେଇ ମାମଲା ଚାଲିଛି।