ଚିଦାମ୍ବରମଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ତିହାର ଜେଲରେ ବନ୍ଦୀ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିବାକୁ ଅନୁମତି ପାଇଛି। ଆଜି ଦିଲ୍ଲୀର ଏକ କୋର୍ଟ ଇଡି ଆବେଦନର ଶୁଣାଣି କରି ଚିଦାମ୍ବରମଙ୍କୁ ତିହାର ଜେଲରେ ୨୨ ଓ ୨୩ ତାରିଖ ଦୁଇ ଧରି ଜେରା କରିବାକୁ ସବୁଜ ସଙ୍କେତ ଦେଇଛନ୍ତି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ଘଟଣାରେ ଇଡି ଚିଦାମ୍ବରମଙ୍କ ନାଁରେ ମନି ଲଣ୍ତରିଂ ମାମଲା ରୁଜୁ କରିଛି। ତାଙ୍କୁ ଜେରା କରିବାକୁ ସଂସ୍ଥା ଚାହୁଁଥିବାରୁ ଆଜି ରୋଜ ଆଭିନ୍ୟୁ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ତିହାର ଜେଲରେ ହିଁ ତାଙ୍କୁ ଜେରା କରାଯାଇ ପାରିବ ବୋଲି କହିଛନ୍ତି।

ଅଗଷ୍ଟ ୨୧ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରଥମେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ତିହାର ଜେଲ ପଠାଇ ଦିଆଯାଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ଦୀର୍ଘ ଦେଢ଼ ମାସ ପରେ ଜାମିନ ଦେଇଥିଲେ। ହେଲେ ଇଡି ତାଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରିବାରୁ ସେ ଜେଲରୁ ମୁକଳି ପାରି ନଥିଲେ।

ଇଡିର ଗିରଫଦାରୀ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ହେଁ ଗତ ୧୫ ତାରିଖରେ ଏହା ଅଗ୍ରାହ୍ୟ ହୋଇ ଯାଇଥିଲେ। ଏବେ ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।