ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ; ଆସନ୍ତାକାଲି କରାଯିବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବା ବେଳେ ଆଜି ଅବସ୍ଥା ଟିକେ ବିଗିଡ଼ି ଯାଇଛି। ତେଣୁ ତାଙ୍କର ବି କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏବେ ସେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି।ଅସୁସ୍ଥ ଅନୁଭବ କରିବାରୁ ଗତକାଲି ଦ୍ୱିପହରେ କେଜ୍ରିୱାଲ୍ ତାଙ୍କର ସମସ୍ତ ମିଟିଂ ବାତିଲ କରି ଦେଇଥିଲେ ଓ କାହାକୁ ସାକ୍ଷାତ କରି ନଥିଲେ।

ଦେଶ ରାଜଧାନୀ ଦିଲ୍ଲର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଛି । ତାଙ୍କୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ହେଉଛି । ତାଙ୍କର କରୋନା ଟେଷ୍ଟ କରାଯିବ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ଦିନ ହାଲୁକା ଜ୍ୱର ହୋଇଥିଲା। ସେଥିପାଇଁ ସେ ରବିବାର ଅପରାହ୍ନରେ ହେବାକୁଥିବା ବୈଠକ ରଦ୍ଦ କରିଥିଲେ। ସେ ନିଜକୁ ଆଇସୋଲେଟ କରିଛନ୍ତି ।

ସୂଚନାଯୋଗ୍ୟ, କେଜ୍ରିୱାଲ ପ୍ରତିଦିନ ଅପରାହ୍ନରେ ଦିଲ୍ଲୀରେ କରୋନା ମାମଲା ସମ୍ପର୍କରେ ମିଡ଼ିଆ ସହ କଥାବାର୍ତ୍ତା କରନ୍ତି। କିନ୍ତୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ଯୋଗୁଁ ସେ ଆଜିର ବୈଠକ  ବିତିଲ କରିଛନ୍ତି । ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ଭାଇରସ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଦିଲ୍ଲୀ ସରକାର ଓ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ଦେଶରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଇସୋଲେଟ କରିବା ଏହା ଦ୍ୱିତୀୟ ମାମଲା । ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ କରୋନା ପଜିଟିଭ ବାହାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା ।